କରୋନା ଯୋଗୁଁ ବୁର୍ଲା ଭିସୁଟରେ ହେବାକୁ ଥିବା ସମସ୍ତ ଅଫଲାଇନ୍ ପରୀକ୍ଷା ବାତିଲ୍

Monday, 01 Mar, 3.15 am

ସମ୍ବଲପୁର : ବୁର୍ଲା ଭିସୁଟରେ ୨୯ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ ଆଗୁଆ ପଦକ୍ଷେପ ନେଇଛି ପ୍ରଶାସନ । ବୁର୍ଲା ଭିସୁଟରେ କଣ୍ଟେନମେଣ୍ଟ ଘୋଷଣା ପରେ ସମସ୍ତ ଅଫଲାଇନ୍ ପରୀକ୍ଷାକୁ ବାତିଲ୍ କରି ଦିଆଯାଇଛି । ଆସନ୍ତାକାଲି ଠାରୁ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କର ଅଫଲାଇନ ପରୀକ୍ଷା ହେବାର ଥିଲା । କିନ୍ତୁ ବିଶ୍ୱବିଦ୍ୟାଳୟର ୨୯ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଇଛି । ବିଶ୍ବବିଦ୍ୟାଳୟକୁ ସଟଡାଉନ ଘୋଷଣା କରାଯିବା ସହ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା କରାଯାଇଛି ।

ଭିସୁଟ୍ ଅଞ୍ଚଳ ଦେଇ ସର୍ବସାଧାରଣ ଯାଇପାରିବେ ନାହିଁ ବୋଲି ସୂଚନା ଜାରି କରାଯାଇଛି । ଭିସୁଟର ମରିଚି, ପୁଲହ, ବଶିଷ୍ଟ, ଅତ୍ରି, କତ୍ତୃ, ଅନୁରାଧା, ଅରୁନ୍ଧତୀ, ରୋହୀନି ଓ ବିଶାଖା ହଷ୍ଟେଲ ଗୁଡିକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି ।