ପୁରୀର ସର୍ବାଙ୍ଗୀନ ବିକାଶ ପାଇଁ ମୋଦି ଦେଇଛନ୍ତି ୧୭୫ କୋଟି: ଧର୍ମେନ୍ଦ୍ର

Sunday, 28 Feb, 9.49 pm

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି ୧୭୫ କୋଟି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପେଟ୍ରୋଲିୟମ୍‌ ଓ ଇସ୍ପାତ ମନ୍ତ୍ରାଳୟର ସିଏସ୍‌ଆର୍‌ ଅଧୀନରେ ପୁରୀର ୨୭ କୋଟିର ପ୍ରକଳ୍ପ କ୍ରିୟାନ୍ୱୟନ ହୋଇଛି। ଏଥିରେ ପୁରୀବାସୀଙ୍କ ଜୀବନଜୀବିକା ଓ ରୋଜଗାର ବଢାଇବା ଉପରେ ପ୍ରାଥମିକତା ଦିଆଯାଇଛି। ପୁରୀକୁ ଆଧୁନିକ ସହର କରିବାକୁ ସମସ୍ତଙ୍କ ସହଯୋଗ ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଶନିବାର ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ବିଧାନସଭାରେ ପାରିତ ହୋଇଛି। ଏହାର ଦିନକ ପରେ ଅର୍ଥାତ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀକ୍ଷେତ୍ର ଯାଇଥିଲେ। ସେ ପ୍ରଥମେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ଶ୍ରୀମନ୍ଦିରର ବିକାଶ ପାଇଁ ନିଜ ଦରମାରୁ ଏକ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି।