ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ଓଡ଼ିଆ ଆର୍କିଟେକ୍ଚରଙ୍କୁ ଦେଲନି କାହିଁକି: ଅପରାଜିତା

Sunday, 28 Feb, 9.43 pm

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୋଲା ଚିଠି ଲେଖିଛନ୍ତି। ସୌନ୍ଦର୍ଯ୍ୟକରଣ ଆଳରେ ଐତିହ୍ୟ ସ୍ଥଳୀରେ ଭଙ୍ଗାରୁଜା ପ୍ରସଙ୍ଗରେ ସାଂସଦ ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ଓ ପ୍ରମାଣ ସହ ୨୮ ପୃଷ୍ଠାର ଚିଠି ଲେଖିଛନ୍ତି। ଐତିହ୍ୟକୁ ଧ୍ୱଂସ କରି ସଂରକ୍ଷଣ ବିଶ୍ୱରେ ବିରଳ ଉଦାହରଣ ବୋଲି ସେ ଉଲ୍ଲେଖ କରିଛନ୍ତି। ସୌନ୍ଦର୍ଯ୍ୟକରଣ ନାଁରେ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ପୁରୀର ପୁରୁଣା ମଠକୁ ଭଙ୍ଗାଯାଇଛି। ଏହି କାର୍ଯ୍ୟର ପୁରୋଧା କିଏ ବୋଲି ସେ ପ୍ରଶ୍ନ କରିଛନ୍ତି।

ସୌନ୍ଦର୍ଯ୍ୟକରଣ ବେଳେ ଉଚ୍ଛେଦ ହୋଇଥିବା ବ୍ୟକ୍ତିଙ୍କୁ ଏଯାଏଁ ପୂରା ଟଙ୍କା ମିଳିନି। ଲୋକଙ୍କ ସହ ଆଲୋଚନା ବେଳେ ଏହି ଅଭିଯୋଗ ଦୃଷ୍ଟିକୁ ଆସିଥିବା ଅପରାଜିତା ଚିଠିରେ ଉଲ୍ଲେଖ କରିଛନ୍ତି। ଏକାମ୍ର କ୍ଷେତ୍ରର ୧୦ଟି ଐତିହ୍ୟ ପୁଷ୍କରିଣୀ ସଂପର୍କରେ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।